ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଜିିତିଥିବା ରବି ଦହିୟାଙ୍କୁ ଦିଲ୍ଲୀ ସରକାର ସମ୍ମାନିତ କରିଛନ୍ତି। ରବିଙ୍କୁ ୨କୋଟି ଟଙ୍କା ସମେତ ଖେଳ ବିଭାଗର ଆସିଷ୍ଟାଣ୍ଟ ଡାୟରେକ୍ଟର ପଦରେ ନିଯୁକ୍ତ କରାଯାଇଛି। ରବିଙ୍କ ସମେତ ଆଉ ୬ଜଣ ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।