ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ପ୍ରାର୍ଥୀ ବବି କିନ୍ନର ଦିଲ୍ଲୀ ନଗରନିଗମ ନିର୍ବାଚନରେ ଇତିହାସ ରଚିଛନ୍ତି । ଦିଲ୍ଲୀ ନଗରନିଗମରେ ସେ ପ୍ରଥମ କିନ୍ନର କାଉନସିଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବବି ସୁଲତାନପୁର ମାଜରା ବିଧାନସଭାର ସୁଲତାନପୁରୀ ୪୩ ଏ ୱାର୍ଡରୁ ନିର୍ବାଚନ ଜିତିଛନ୍ତି ।
ସୂଚନାଯୋଗ୍ୟ, ବବି କିନ୍ନର ୨୦୧୭ରେ ନିର୍ଦ୍ଦୋଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିଥିଲେ । ପରେ ସେ ଆନ୍ନା ହଜାରେଙ୍କ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭାବେ ସାମିଲ ଥିଲେ । ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ବବି ୧୫ ବର୍ଷ ହେବ ‘ହିନ୍ଦୁ ଯୁବା ସମାଜ ଏକତା ଅବାମ ଆତଙ୍କବାଦ ବିରୋଧୀ ସମିତି’ର ଦିଲ୍ଲୀ ୟୁନିଟର ଅଧ୍ୟକ୍ଷ ଥିଲେ । ଆପ୍ ନଗରନିଗମ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ କିନ୍ନରକୁ ଟିକେଟ ଦେଇଥିଲା ।