ଚାଷୀଙ୍କ ସପକ୍ଷରେ କେଜ୍ରିୱାଲ, ଆସନ୍ତାକାଲି ଦେଶବାସୀଙ୍କୁ ଉପବାସ ରଖିବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ, ଏଜେନ୍ସି: ଦିଲ୍ଲୀ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲ ଆନ୍ଦୋଳନରତ କୃଷକଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି ଆସନ୍ତାକାଲି ( ସୋମବାର) ଦେଶବାସୀ ଉପବାସ ରଖନ୍ତୁ। ଗୋଟିଏ ଦିନ ଉପବାସ ରଖି ପୂରା ଦେଶବାସୀ କୃଷକଙ୍କୁ ସମର୍ଥନ କରନ୍ତୁ।  କେଜ୍ରିୱାଲ କ୍ଷୋଭର ସହ କହିଛନ୍ତି ବହୁ ଖେଳାଳୀ କୃଷକଙ୍କ ସମର୍ଥନ କରିଛନ୍ତି। କଣ ସେମାନେ ଆଣ୍ଟିନ୍ୟାସନାଲ ? କଣ ଦେଶର ଓକିଲ ଏବଂ ବ୍ୟବସାୟୀମାନେ ଆଣ୍ଟିନ୍ୟାସନାଲ ? ଆନ୍ନା ହଜାରେ  ଆନ୍ଦୋଳନ ସମୟରେ ସରକାର ବଦନାମ କରୁଥିଲା। ଠିକ୍ ସେହିପରି ବିଜେପି ସରକାର ମଧ୍ୟ ଆନ୍ଦୋଳନକାରୀଙ୍କୁ ବଦନାମ କରୁଛି।

ଅନ୍ୟପକ୍ଷରେ ସେ କହିଛନ୍ତି ଚାଷୀମାନେ ଯଦି ଅନ୍ଦୋଳନ ନଭାଙ୍ଗନ୍ତି ତେବେ ଦେଶରେ ଜିନିଷପତ୍ରର ଦରଦାମ ଆକାଶ ଛୁଆଁ ହେବ। ପୂର୍ବରୁ ଭଣ୍ଡାରରେ ଲିମିଟ ମାତ୍ରାରେ ଖାଦ୍ୟଶସ୍ୟ ଗଚ୍ଛିତ ରଖିବାକୁ ଅନୁମତି ମିଳୁଥିଲା। ଅଧିକ ଜମା ରଖିଲେ କାନୁନ ଅନୁସାରେ ଦଣ୍ଡ ହେଉଥିଲା।  ବର୍ତ୍ତମାନ ସରକାର ଯେଉଁ କାନୁନ ଆଣିଛନ୍ତି ସେଥିରେ ଯେତେ ମାତ୍ରାରେ ଶସ୍ୟ ଗଚ୍ଛିତ ରଖିହେବ। ଏହାଫଳରେ ଯେଉଁମାନଙ୍କ ନିକଟରେ ପଇସା ଅଛି ସେମାନେ ଖାଦ୍ୟଶସ୍ୟ କିଣି ଗଚ୍ଛିତ ରଖିନେବେ । ଫଳରେ ଜିନିଷପତ୍ରର ଦର ଆକାଶ ଛୁଆଁ ହେବ ।