ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,ଏଜେନ୍ସି: ଅଦିନିଆ ବର୍ଷା ଯୋଗୁଁ ଦେଶରେ ଚାଷ ବ୍ୟାପକ ପ୍ରଭାବିତ ହୋଇଛି। ଏନେଇ ରାଜଧାନୀ ଦିଲ୍ଲୀର ଚାଷୀଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ନଷ୍ଟ ହୋଇଥିବା ଚାଷ ପାଇଁ ଚାଷୀମାନଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଆଜି ଘୋଷଣା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପ୍ରେସ କନଫରେନ୍ସିଂ କରି କହିଛନ୍ତି କି, ଅଦିନିଆ ବର୍ଷାରେ ଚାଷ ବହୁମାତ୍ରାରେ କ୍ଷତି ହୋଇଛି। ଏନେଇ ଚାଷୀମାନେ ଦୁଖଃରେ ଅଛନ୍ତି। କିନ୍ତୁ ଚାଷୀ ଦୁଃଖ କରନି, ସରକାର ସବୁବେଳେ ଆପଣଙ୍କ ସହିତ ଅଛି। ଯେଉଁ ଚାଷୀମାନଙ୍କର ଚାଷ ନଷ୍ଟ ହୋଇଛି ସେମାନଙ୍କୁ ହେକ୍ଟର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୁଁ ନିର୍ଦ୍ଦେଶ ଦେଇଛି।

ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ନିଜ ଅଞ୍ଚଳର ସର୍ଭେ କରି ୨ ସପ୍ତାହ ଭିତରେ ରିପୋର୍ଟ ପ୍ରଦାନ କରିବେ। ଏହାର ୨ ମାସ ମଧ୍ୟରେ ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ଷତିପୂରଣ ପ୍ରଦାନ କରିଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।