ଦୁବାଇ,ଏଜେନ୍ସି: ଆଇପିଏଲର ୪୬ ତମ ମ୍ୟାଚ ଆଜି ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀ ମୁମ୍ବାଇକୁ ୪ ୱିକେଟରେ ପରାସ୍ତ କରିଛି। ଖେଳର ଶେଷ ଓଭରର ପ୍ରଥମ ବଲରେ ରବିଚନ୍ଦ୍ରନ ଅଶ୍ୱିନ ଛକା ମାରି ମ୍ୟାଚ ଜିତାଇଛନ୍ତି। ମୁମ୍ବାଇ ପ୍ରଥମ ପାଳି ଖେଳି ଦିଲ୍ଲୀକୁ ୧୩୦ ରନର ଲକ୍ଷ୍ୟ ଦେଇଥିଲା। ଦିଲ୍ଲୀ ୬ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଛି।
ଶ୍ରେୟସ ଅୟର ୩୩ ରନ୍ ଓ ରବିଚନ୍ଦ୍ରନ ଅଶ୍ୱିନ ୨୦ ରନ୍ ସହିତ ଅପରାଜୟ ରହିଛନ୍ତିି। ଦିଲ୍ଲୀ କ୍ୟାପିଟାଲ୍ସର ପୃଥ୍ୱୀ ଶ ୬ ରନ୍, ଶିଖର ଧାୱନ ୮ ରନ୍, ସ୍ଟିଭ ସ୍ମିଥ୍ ୯ ରନ୍, ଋଷଭ ପନ୍ତ ୨୬ ରନ୍, ଅକ୍ଷର ପଟେଲ ୯ ରନ୍ ଓ ଶିମରନ ହେଟମେୟର ୧୫ ରନ୍ କରିଥିଲେ। ଏହି ମ୍ୟାଚରେ ମୁମ୍ବାଇର ଟ୍ରେଣ୍ଟ ବୋଲ୍ଟ, ଜୟନ୍ତ ଯାଦବ, କୃନାଲ ପାଣ୍ଡ୍ୟା, ଜସପ୍ରିତ ବୁମରା ଓ ନାଥନ କୁଲ୍ଟର ନାଇଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ପ୍ରଥମ ପାଳିରେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୮ ୱିକେଟ ହରାଇ ୧୨୯ ରନ୍ କରିଥିଲା। ଏଥିରେ ଦଳର ଅଧିନାୟକ ରୋହିତ ଶର୍ମା ୭ ରନ କରି ଆଉଟ ହୋଇଥିଲେ। ସେହିପରି କ୍ୱିଂଟନ ଡି କକ୍ ୧୯ ରନ୍, ସୂର୍ଯ୍ୟକୁମାର ଯାଦବ ୩୩ ରନ୍, ସୌରଭ ତିୱାରି ୧୫ ରନ୍, କାଇରନ ପୋଲାର୍ଡ ୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍, କୃନାଲ ପାଣ୍ଡ୍ୟା ୧୩ ରନ୍, ନାଥନ କୁଲ୍ଟର ନାଇଲ ୧ ରନ୍, ଜୟନ୍ତ ଯାଦବ ୧୧ ରନ୍ ଓ ଜସପ୍ରିତ ବୁମରା ୧ ରନ୍ କରିଥିଲେ। ଏହି ଇନିସରେ ଦିଲ୍ଲୀ କ୍ୟାପିଟାଲ୍ସ ଓବେସ ଖାନ ଓ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଏନରିକ ନୋକିୟା ଓ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ ହାସିଲ କରିଥିଲେ। ଏହି ମ୍ୟାଚ ଜିତି ଦିଲ୍ଲୀ କ୍ୟାପିଟାଲ ୧୮ ପଏଣ୍ଟ ସହିତ କ୍ୱାଲିଫାଏ କରିଛି।