Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶିଖରଙ୍କ ପ୍ରଥମ ଶତକ: ଦିଲ୍ଲୀ ନଂ-୧ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶିଖରଙ୍କ ପ୍ରଥମ ଶତକ: ଦିଲ୍ଲୀ ନଂ-୧

ଶାରଜା,ଏଜେନ୍ସି: ଅଭିଜ୍ଞ ଓପନର ଶିଖର ଧାୱନଙ୍କ ପ୍ରଥମ ଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସଙ୍କୁ ପରାସ୍ତ କରି ଆଇପିଏଲ ପଏଣ୍ଟ ଟେବଲ ନଂ-୧ ସ୍ଥାନକୁ ଉନ୍ନୀତ ହୋଇଛି। ଦିଲ୍ଲୀ ୯ମ ମୁକାବିଲାରେ ୭ମ ବିଜୟ ହାସଲ କରି ୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିଲାବେଳେ ମୁମ୍ବାଇ ୮ଟି ମ୍ୟାଚ୍ରୁ ୧୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୯ମ ମ୍ୟାଚ୍ରୁ ୬ଷ୍ଠ ପରାଜୟ ସହ ଚେନ୍ନାଇ ପ୍ଲେ ଅଫ୍ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ତଥା ଆଇପିଏଲର୩୪ ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଦିଲ୍ଲୀ ଆଗରେ ୧୮୦ ରନ୍ର ଟାର୍ଗେଟ ଦେଇଥିଲା।

ଏହି ଟାର୍ଗେଟକୁ ପିଛା କରି ଦିଲ୍ଲୀ ୧୯.୫ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ôଚଯାଇଥିଲା। ଦଳ ପକ୍ଷରୁ ଧାୱନ ୫୭ବଲରେ ୧୪ ଚୌକା ଓ ୧ ଛକା ସହ ଶତକ ପୂରଣ କରିଥିଲାବେଳେ ୫୮ବଲରେ ୧୦୧ ରନ୍ କରି ଶେଷଯାଏ ଅପରାଜିତ ରହିଥିଲେ। ମ୍ୟାଚର ଶେଷ ଓଭରରେ ବା ୫ଟି ବଲ୍ରେ ବିଜୟ ଲାଗି ଦିଲ୍ଲୀକୁ ୧୫ ରନ୍ ଆବଶ୍ୟକ ହେଉଥିଲା। ଏହି ସମୟରେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ଛକା, ଛକା, ୨ରନ୍ ଓ ଛକା ମାରି ଅକ୍ଷର ପଟେଲ ଦିଲ୍ଲୀକୁ ଜିତାଇଦେଇଥିଲେ। ଧାୱନଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ପୂର୍ବରୁ ଏମ୍ଏସ୍ ଧୋନି ଟସ୍ ଜିତିବାପ ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଓପନର ସାମ୍ କୁରାନ ଡକ୍ରେ ଆଉଟ ହେବା ପରେ ଡୁ ପ୍ଲେସିସ୍ (୪୭ବଲରେ ୫୮) ଓ ସେନ୍ ୱାଟସନ (୨୮ବଲରେ ୩୬) ଦ୍ୱିତୀୟ ୱିକେଟ ପାର୍ଟନରଶିପରୁ ୮୭ ରନ୍ ଉଠାଇ ଏକ ବଡ ସ୍କୋରର ମୂଳଦୁଆ ପକାଇଥିଲେ। କିନ୍ତୁ ଏମାନଙ୍କ ସହ କ୍ୟାପ୍ଟେନ ଧୋନି ଶୀଘ୍ର ଆଉଟ ହେବା ପରେ ଅଲରାଉଣ୍ଡର ଜାଡେଜା ପୁଣିଥରେ ତାଙ୍କ ବ୍ୟାଟିଂ କମାଲ ଦେଖାଇ ମାତ୍ର ୧୩ ବଲରୁ ୪ଛକା ସହ ଅପରାଜିତ ୩୩ ରନ୍ କରିଥିଲେ। ଅନ୍ୟପଟେ ରାୟୁଡୁ ୨୫ବଲରେ ୪୫ ରନ୍ କରି ଅପରାଜିତ ରହିଥିଲେ। ଧୋନି ୩ ରନ୍ କରି ପୁଣିଥରେ ବ୍ୟାଟିଂରେ ଫେଲ୍ ମାରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୯ ରନ୍ କରିଥିଲା। ଦିଲ୍ଲୀ ପକ୍ଷରୁ ନିକଟରେ ଆଇପିଏଲ୍ରେ ଦ୍ରୁତତମ ବଲ ପକାଇ ରେକର୍ଡ କରିଥିବା ଆନରିଚ୍ ନୋର୍ଜେ ୪ ଓଭରରେ ସର୍ବାଧିକ ୪୪ ରନ୍ ଦେଇ ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ। ତୁଷାର ଦେଶ୍ପାଣ୍ଡେ ଓ କାଗିସୋ ରବାଡା ଅନ୍ୟ ୨ଟି ୱିକେଟକୁ ସମାନ ଭାବେ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଚେନ୍ନାଇ ସୁପର କିଙ୍ଗ୍ସ: ୧୭୯/୪, ୨୦ ଓଭର
(ଫାଫ ଡୁ ପ୍ଲେସିସ୍-୫୮, ଅମ୍ବତି ରାୟୁଡୁ-୪୫³, ସେନ୍ ୱାଟସନ-୩୬, ରବୀନ୍ଦ୍ର ଜାଡେଜା-୩୩³, ଆନ୍ରିଚ୍ ନୋର୍ଜେ-୨/୪୪, କାଗିସୋ ରବାଡା-୧/୩୩, ତୁଷାର ଦେଶପାଣ୍ଡେ-୧/୩୯)।

ଦିଲ୍ଲୀ କ୍ୟାପିଟାଲ୍ସ: ୧୮୫/୫, ୧୯.୫ ଓଭର
(ଶିଖର ଧାୱନ-୧୦୧³, ମାର୍କସ ଷ୍ଟୋଇନିସ୍-୨୪, ଶ୍ରେୟାସ ଆୟର-୨୩, ଅକ୍ଷର ପଟେଲ-୨୧³,
ଦୀପକ ଚହର-୨/୧୮, ଡ୍ୱେନ୍ ବ୍ରାଭୋ-୧/୨୩)।