ପୃଥ୍ୱି ଶ’ଙ୍କ ଧୁଆଁଧାର ଅର୍ଧଶତକ, କୋଲକାତାକୁ ୭ ୱିକେଟରେ ଚିତ୍ କଲା ଦିଲ୍ଲୀ

ଅହମ୍ମଦାବାଦ,ଏଜେନ୍ସି: ଗତକାଲି ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଚିତାକର୍ଶକ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟ୍ ଦିଲ୍ଲୀ କ୍ୟପିଟାଲ୍ସ ପରାସ୍ତ କରିଛି। ଏହି ମ୍ୟାଚରେ କୋଲକାତା ପକ୍ଷରୁ ଦିଲ୍ଲୀ ସମ୍ମୁଖରେ ୧୫୫ ରନର ଟାର୍ଗେଟ ଦିଆଯାଇଥିଲା। ଯୁବ ବ୍ୟଟ୍ସମ୍ୟାନ୍ ପୃଥ୍ୱି ଶ’ଙ୍କ ଧୂଆଁଧାର ଶତକ ବଳରେ ଦିଲ୍ଲୀ ସହଜରେ ବିଜୟ ହାସଲ କରିଛି।

ପ୍ରଥମେ କୋଲକାତା ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। କୋଲକାତା ପକ୍ଷରୁ ଶୁଭମନ ଗିଲ ୪୩ ରନ୍ କରିଥିବା ବେଳେ ରସେଲଙ୍କ ଦୃତ ୪୫ ରନ୍ ସହାୟତାରେ ୧୫୪ କରି ପାରିଥିଲା।

ତେବେ ୧୫୫ ରନ ଟାର୍ଗେଟକୁ ଦିଲ୍ଲୀ ମାତ୍ର ୧୬.୩ ଓଭରରେ ହାସଲ କରି ନେଇଥିଲା। ଦଳ ପକ୍ଷରୁ ଶତକୀୟ ଯୋଡି ଭାବରେ ଶିଖର ଏବଂ ପୃଥ୍ୱି ଶ’ ଦୃଢ ମୂଳଦୁଆ ପକାଇଥିଲେ। ପୃଥ୍ୱି ପ୍ରଥମ ଓଭରର ୬ ବଲରେ ୬ ଚଉକା ମାରି ଖେଳର ଗତିକୁ ଦିଲ୍ଲୀ ଆଡକୁ ବଦଳାଇ ଦେଇଥିଲେ।