ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆସାମରେ ୩ଟି ଜନସମାବେଶକୁ ସମ୍ବୋଧିତ କରିବେ। ଏହା ସହିତ ଆସାମର ବିଶ୍ୱନାଥ ଜିଲ୍ଲାରେ ଏକ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମଧ୍ୟାହ୍ନ ୧୨ଟା ୨୫ରେ ଏହି ରାଲି ଆରମ୍ଭ ହେବ ଓ ମଧ୍ୟାହ୍ନ ୧ଟା ୪୦ରେ ଘୋପୁରରେ ଏକ ଜନସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହା ପରେ ଦେରାଗାଓଁରେ ୩ଟା ୫ରେ ଏକ ଜନସମ୍ମିଳନୀରେ ଯୋଗଦେବେ।
ଆସାମରେ ୧୨୬ ଆସନ ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ଏପ୍ରିଲ ୬ରେ ବିଧାନସଭା ନିର୍ବାଚନକୁ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୭୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଦଳ ତାର ୧୧ ଜଣ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। କଂଗ୍ରେସର ୧୫ ବର୍ଷର ଶାସନକୁ ଭାଙ୍ଗି ୨୦୧୬ରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରି ଇତିହାସ ସୃଷ୍ଟି କରିଥିଲା।