ୟୁଏସ୍ ଓପନରୁ ଡିଫେଣ୍ଡିଂ ଚାମ୍ପିଅନ୍ ଜୋକୋଭିଚ୍ ଆଉଟ୍

ଡିଫେଣ୍ଡିଂ ଚାମ୍ପିଅନ୍ ସର୍ବିଆର ନୋଭାକ ଜୋକୋଭିଚ୍ ଆଘାତ ଜନିତ କାରଣରୁ ୟୁଏସ୍ ଓପନ ଟେନିସ ଗ୍ରାଣ୍ଡସ୍ଲାମ୍ ଟେନିସ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ରାଉଣ୍ଡ ବା ପ୍ରି-କ୍ୱାର୍ଟର ଫାଇନାଲରୁ ଓହରିଯାଇଛନ୍ତି। ଏହା ଫଳରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସ୍ୱିଜରଲାଣ୍ଡର ଷ୍ଟାନ୍ ୱାରିଙ୍କା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟର ଫାଇନାଲରେ ୱାରିଙ୍କାଙ୍କ ସହ ରୁଷିଆର ଡାନିଲ ମେଡଭେଡେଭଙ୍କ ସହ ଏବଂ ଅନ୍ୟଏକ ମ୍ୟାଚରେ ରୋଜର ଫେଡେରରଙ୍କ ସହ ବୁଲଗେରିଆର ଗ୍ରିଗୋର ଡିମିଟ୍ରୋଭଙ୍କ ମୁକାବିଲା ହେବ। ମହିଳା ସିଙ୍ଗଲ୍ସରେ କ୍ୱାର୍ଟର ଫାଇନାଲରେ ଆମେରିକାର ସେରେନା ୱିଲିୟମ୍ସଙ୍କ ସହ ଚୀନ୍ର ୱାଙ୍ଗ କ୍ୱିଆଙ୍ଗଙ୍କର ଏବଂ ଏଲିନା ଭିଟୋଲିନାଙ୍କ ସହ ଜୋହାନା କୋଣ୍ଟାଙ୍କର ମୁକାବିଲା ହେବ।