ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ଏକ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଆଜି ଋଷ ଗସ୍ତ କରିଛନ୍ତି। ଏହି ବୈଠକ ସେହି ସମୟରେ ହେଉଛି ଯେତେବେଳେ ସଂଗଠନର ଦୁଇ ପ୍ରମୁଖ ସଦସ୍ୟ ଭାରତ ଓ ଚୀନ ମଧ୍ୟରେ ସୀମାରେ ଗତିରୋଧ ଚାଲିଛି।
ରାଜନାଥ ସେପ୍ଟେମ୍ବର ୪ରେ ହେବାକୁ ଥିବା ଏସିଓର ବୈଠକରେ ଯୋଗଦେବା ସହ ଋଷ ପ୍ରତିରକ୍ଷା ମନ୍ତ୍ରୀ ସରଗେ ସୟଗୁ ଓ ଅନ୍ୟ ଶୀର୍ଷ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସୈନ୍ୟ ସହଯୋଗ ବଢ଼ାଇବାକୁ ନେଇ ଆଲୋଚନା କରିବେ। ଉକ୍ତ ବୈଠକରେ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱେଇ ଫେଙ୍ଘେ ଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ସାମିଲ ହେବାର ସମ୍ଭାବନା ରହିଛି।