ଚିଟକାମାଲ ନିକଟସ୍ଥ ଜଙ୍ଗଲରୁ ଏକ ଅଚିହ୍ନା ଯୁବକର ଗଳିତ ଶବ ଉଦ୍ଧାର

ପାଟଣାଗଡ଼,ଏନ୍‌ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚ।ୟତର ଚିଟକାମାଲ ଗାଁ ନିକଟରେ ଥିବା ଜଙ୍ଗଲରେ ଥିବା ଏକ ଗଛରେ ଏକ ୫୫ ବର୍ଷୀୟ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ଆଜି ଶବ ଝୁଲୁଥିବା ଗାଁର କିଛି ଲୋକ ଦେଖି ସ୍ଥାନୀୟ ଲରମ୍ଭା ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ଲରମ୍ଭା ପୁଲିସ ପହଞ୍ଚି ଝୁଲନ୍ତା ଶବଟିକୁ ଓଲ୍ଲ।ହି ଅଧିକ ତଦନ୍ତ କରୁଥିବା ବେଳେ ଥାନାରେ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରାଯାଇଥିବା ଲରମ୍ଭା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।