ବାଇକ ଦୁର୍ଘଟଣାରେ ଆରୋହୀ ମୃତ, ପଥଚାରୀ ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା କମଳା ବଗିଚା ଗ୍ରାମ ନିକଟ ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ବାଇକ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ପଥଚାରୀ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ ଅଞ୍ଚଳର ସୁରଜ ବାଘ (୨୪) ବାଇକରେ ସୁଗୁଡ଼ା ଗ୍ରାମପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ବେଳେ କମଳା ବଗିଚା ଗ୍ରାମ ନିକଟରେ ଝସକେତନ ନାୟକ (୫୪)ଙ୍କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ସୁରଜଙ୍କ ମୃତ୍ୟୁ ହୋଇଥିବାବେଳେ ଝସକେତନ ଗୁରୁତର ହୋଇଥିଲେ। ସ୍ଥାନୀୟଲୋକେ ଉଭୟଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିବାବେଳେ ସୁରଜଙ୍କୁ ଡାକ୍ତର ମୃତୁ ଘୋଷଣା କରିଥିଲେ। ଦବଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।