Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗୀୟ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କ ୩୯ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କଂଗ୍ରେସ ଭବନରେ ପାଳିତ ହୋଇଯାଇଛି । ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ସହ ଦୀପ ଧୂପ ଦେଇ ସ୍ୱର୍ଗୀୟ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ ସଭା ଆରମ୍ଭ ହୋଇଥିଲା । ସ୍ମୃତି ଚାରଣ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ସୁବାସ ଚନ୍ଦ୍ର ସୁର, ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ, ଏଆଇସିସି ସଭ୍ୟା ମନିଷା ତ୍ରିପାଠୀ, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ୍‌, ଜିଅଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ, ଜିଲ୍ଲା ଆଦିବାସୀ ସେଲ୍ ସଭାପତି ତଥା ପାତ୍ର ପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ତେନ୍ତୁଳି ଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ନବରଙ୍ଗପୁର ବିଧାନସଭା ମଣ୍ଡଳୀ ସଭାପତି ସୁରଜ ଲାଲ, ବରିଷ୍ଠ ନେତା ପ୍ରକାଶ ସମତରାୟ, ଜିଲ୍ଲା ସେବାଦଳ ମୁଖ୍ୟ ଶେଖ୍ ଚାନ୍ଦ ଉଷ୍ମାନି, ଜିଲ୍ଲା ଅନୁସୂଚିତ ଜାତି ସେଲ୍ ସଭାପତି ଅର୍ଜୁନ ସମରଥ, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦିକା ହୁସୁନା ବାନୋ ପ୍ରମୁଖଙ୍କ ସହ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସ୍ୱର୍ଗୀୟ ଗାନ୍ଧୀଙ୍କ ସମୟରେ ଦେଶରେ ଆରମ୍ଭ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଗରିବ କଲ୍ୟାଣ ଯୋଜନା, ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ମାତ୍ର ୧ଟଙ୍କା ୮୫ ପଇସା ହିସାବରେ ପରିବାର ପିଛା ୨୫ରୁ ୩୫ କେଜି ଚାଉଳ ଯୋଗାଣ, ବିଭିନ୍ନ ଭତ୍ତା ପ୍ରଦାନ ଓ ଇନ୍ଦିରା ଆବାସ ଯୋଜନା ଭଳି ଅନେକ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଥିବା ଉପସ୍ଥିତ ଥିବା କର୍ମକର୍ତ୍ତା ପ୍ରକାଶ କରିଥିଲେ । ମୃତ୍ୟୁର ଦୀର୍ଘ ୩୯ ବର୍ଷ ପରେ ମଧ୍ୟ ସ୍ୱର୍ଗୀୟ ଗାନ୍ଧୀ ଦେଶର ଗରିବଙ୍କ ହୃଦୟରେ ରହିଥିବା ଉପସ୍ଥିତ କର୍ମୀ ଉଦବୋଧନ ମାଧ୍ୟମରେ କହିଥିଲେ ।