ଭୟଙ୍କର ସଡ଼କ ଦୁର୍ଘଟଣା: ବସକୁ ଧକ୍କା ଦେଲା ଟ୍ରକ୍, ୧୩ ମୃତ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର ବାରବାଙ୍କୀରେ ଏକ ଅଭାବନୀୟ ଅଘଟଣ ଘଟିଯାଇଛି। ଏକ ଯାତ୍ର୍ରୀବାହି ବସକୁ ଟ୍ରକ ଧକ୍କା ଦେବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ବାରବାଙ୍କୀ ଏସପିଙ୍କ କହିବାନୁସାରେ, ଆଉଟିଂ ରିଂ ରୋଡରେ ଏହି ଅଘଟଣ ଘଟିଛି। ଆଉଟିଂ ରୋଡର ବବୁରୀ ଗାଁ ନିକଟ ଦେଇ ଏକ ବସ ଅତିକ୍ରମ କରୁଥିଲା। ଏହା ଦିଲ୍ଲୀରୁ ୫୦ ଯାତ୍ରୀଙ୍କୁ ଧରି ଅଯୋଧ୍ୟା ରୋଡ୍ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଏକ ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୧୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଅନେକ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ମଧ୍ୟ ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।