ନଦୀମୁହାଣରୁ ନିଖୋଜ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: ତିନି ଦିନ ପୂର୍ବରୁ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ କେତାଙ୍ଗ ନଦୀ ମୁହାଣରୁ ଆଜି ପାଟଣା ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ୩ ଦିନ ତଳେ କ ପାଟଣା ବ୍ଲକ ଅନ୍ତର୍ଗତ ବଣମହୂଲଡିହା ଗ୍ରାମର ରିକୁଳୁ ମୁଣ୍ଡା (୭୫) ଅନ୍ୟ ତିନି ଜଣଙ୍କ ସହିତ ପାଖ ଜଙ୍ଗଲକୁ ଔଷଧ ତିଆରି କରିବାକୁ ଚେରମୂଳି ସଂଗ୍ରହ କରିବା ପାଇଁ ଯାଇଥିଲେ।

କୁକୁର କଟା ବୈତରଣୀ ନଦୀର ମୁହାଣରେ ଚେରମୂଳି ସଂଗ୍ରହ କରୁଥିବା ବେଳେ ଅଚାନକ ନାଳରେ ପାଣି ମାଡି ଆସିବାରୁ ରିକୁଳ ଭାସିଯାଇ ଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେବାରେ ବହୁ ଖୋଜା ଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ତାଙ୍କ ମୃତ ଦେହ କେତାଙ୍ଗ ନଦୀ ମୁହାଣରୁ ପାଟଣା ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ଏନେଇ ପାଟଣା ଥାନାରେ ୩୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।