୮ ଦିନ ହେବ ଆମ୍ବୁଲାନ୍ସ ଭିତରେ ଶବ

  • ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା କୁରୁଡ଼ା ପଞ୍ଚାୟତ ବଲ୍ଲପାତ୍ର ସାହିରେ ଜଣେ ୩୫ ବର୍ଷର୍ୀୟ ଯୁବକ ଦାଦନ ଖଟିବାକୁ ଯାଇଥିବାବେଳେ ତାମିଲନାଡୁରେ ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଞ୍ଜୟ କୁମାର ଦାସ। ସଞ୍ଜୟଙ୍କୁ କିଛିଦିନ ପୂର୍ବରୁ ଭଦ୍ରକ ଅଞ୍ଚଳର ଜଣେ ଠିକାଦାର ଦାଦନ ଖଟାଇବା ପାଇଁ ତାମିଲନାଡୁ ନେଇଥିଲେ। ସଞ୍ଜୟଙ୍କର ଆଜକୁ ୮ ଦିନ ହେବ ମୃତ୍ୟୁ ହୋଇଯାଇଛି। ଠିକାଦାର ତାଙ୍କୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଠିକାଦାର ଜଣଙ୍କ ୩ ଜଣ ପିଲାଙ୍କ ସହିତ ସଞ୍ଜୟଙ୍କ ଶବକୁ ଆମ୍ବୁଲାନ୍ସ ସାହାଯ୍ୟରେ ତାଙ୍କ ଘରକୁ ପଠାଇଥିଲେ। କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ ଆସିଥିବା ଲୋକଙ୍କୁ ଅଟକ ରଖିଛନ୍ତି। ପରେ ଗାଁରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଶବଟି ଆମ୍ବୁଲାନ୍ସ ଭିତରେ ରହିଛି।