ପୁଲିସ ହେପାଜତରେ ମୃତ୍ୟୁ ଘଟଣାର ଆସିଲା ସିସିଟିଭି ଫୁଟେଜ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୁଲିସ ହେପାଜତରେ ମୃତ୍ୟୁ ଅଭିଯୋଗ ଘଟଣାର ସିସିଟିଭି ଫୁଟେଜ ଆସିଛି। ଯେଉଁଥିରେ କିଭଳି ମୃତ୍ୟୁର କାରଣ ସ୍ପଷ୍ଟ ବାରିହେଉଛି। ସୂଚନା ଅନୁସାରେ ପୁଲିସ ଆରଡ଼ପଲ୍ଲୀ ନୂଆଗାଁର ସୁଶାନ୍ତ ବେହେରା ଓରଫ ମଙ୍ଗୁଳିକୁ ଚୋରାମଦ କାରବାରରେ ଗିରଫ କରିଥିଲା। ଏ ନେଇ ଅଭିଯୁକ୍ତକୁ ଥାନାରେ ଖାନ୍‌ତଲାସ କରାଯାଇଥିଲା।

ଭିଡିଓ ଅନୁସାରେ ଖାନ୍‌ତଲାସସମୟରେ ଅଭିଯୁକ୍ତ ଜଣଙ୍କ ଚେତାଶୂନ୍ୟ ହୋଇଯାଇଥିଲେ। ପରେ ମଙ୍ଗୁଳିର ମୃତ୍ୟୁ ହୋଇଥିଲା। ଏ ନେଇ ପରିବାରଲୋକେ ଓପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଥିଲେ। ତେବେ ଅଚେତ ପରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ଏସସିବିକୁ ପଠାଯାଇଥିଲା ଓ ସେଠାରେ ତା’ର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା।