ମନ୍ଦାକିନୀ ନଦୀ କୂଳରୁ ଦନ୍ତା ହାତୀର ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଟାଙ୍ଗୀ ବନାଞ୍ଚଳ ଅଧୀନରେ ଥିବା ରାମେଶ୍ୱର ଛକ ନିକଟ ମନ୍ଦାକିନୀ ନଦୀ କୂଳରୁ ଶୁକ୍ରବାର ସକାଳେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମନ୍ଦାକିନୀ ନଦୀ କୂଳରେ ଆଜି ସକାଳେ ଏକ ଦନ୍ତା ହାତୀର ମୃତଦେହ ପଡ଼ିଥିବା କିଛି ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେ।

ଖବରପାଇ ଖୋର୍ଦ୍ଧା ବନବିଭାଗ ଅଧିକାରୀ ସେଠାରେ ପହଞ୍ଚି ମୃତ ଦନ୍ତା ହାତୀକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ହାତୀଟିର ଗୁରୁବାର ରାତ୍ରିରେ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ

ତେବେ ତଦନ୍ତ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।