ନାବଳକର ମୁଣ୍ଡବିହୀନ ଶରୀର ଉଦ୍ଧାର, ବଲାଙ୍ଗିରରେ ବଳି!

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୁଲିସ ଇତି ମଧ୍ୟରେ ତନାଘନା ଆରମ୍ଭ କରିଛନ୍ତି। ସୂଚନାରୁ ପ୍ରକାଶ ଯେ, ଗତ ମାସ ୨୨ ତାରିଖ ଦିନ ଦେଓଗାଁ ବ୍ଲକ ସିଲେଟକାନୀ ଗାଁର ବବ୍ଲୁ ବଗର୍ତ୍ତି ଗାଁରେ ଥିବା ଏକ ଇଟାଭାଟିରୁ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ପରେ ମଧ୍ୟ ବବ୍ଲୁର କୌଣସି ପତ୍ତା ମିଳି ନଥିଲା। ଏ ନେଇ ପରିବାର ଲୋକେ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ।

ହଠାତ ବବଲୁଙ୍କ କଟାଗୋଡ଼ ସିଟେକାନୀ-ସାରସମାଲ ଗାଁ ରାସ୍ତାରେ ଥିବା ଏକ ଧାନ ମିଲ୍ ନିକଟରେ ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ବବଲୁର ଗୋଡ଼କୁ ଚିହ୍ନଟ କରିଥିଲେ। ବବଲୁଙ୍କ ଗୋଡ଼ ମିଳିଥିବା ବେଳେ ଶରୀର କିନ୍ତୁ ଉଦ୍ଧାର କରାଯାଇ ପାରିନଥିଲା। ତେଣୁ ଏହା ଏକ ବଳି ହୋଇଥାଇ ପାରେ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖା ଦେଇଥିଲା।

ପରେ ବଲାଙ୍ଗିର ଅତିରିକ୍ତ ଏସପି, ଏସଡିପିଓ ଓ ଦେଓଗାଁ ଥାନାଧିକାରୀ ସନ୍ଧାନୀ କୁକୁର ନେଇ ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ସହାୟତାରେ ବବ୍ଲୁର ଶରୀର ସୋନଗଡ଼ ନଦୀରୁ ଉଦ୍ଧାର କରାଯାଇଥିଲା। ଶରୀରରେ କେବଳ କଙ୍କାଳ ଥିବା ବେଳେ ମୁଣ୍ଡ ମଧ୍ୟ ନଥିଲା। ଏନେଇ ପୁଲିସ୍ ଦୀର୍ଘ ୧୪ ଦିନ ଧରି ତନାଘନା କରିଥିଲେ ମଧ୍ୟ ମୁଣ୍ଡ ମିଳିନଥିଲା।