ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

ଭବାନୀପାଟଣା,ଏନ୍ଏନ୍ଏସ୍: ପାପଡାହାଣ୍ଡି ଥାନା ମୈଦଲପୁରର ଜଣେ ଯୁବକ ୨ ତାରିଖରୁ ନିଖୋଜ ଥିଲେ। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ରୋଡ଼ ରେଳ ଷ୍ଟେସନର କିଛି ଦୁରରେ ଯୁବକ ଜଣଙ୍କର ମୃତ ଶରୀର ଓ ଆଧାର କାର୍ଡ ପଡିରହିଥିବା ଆଜି ସକାଳେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ମୃତ ଵ୍ୟକ୍ତି ଜଣକ ହେଲେ ମୈଦଲପୁରର ଏସ୍ ଗଣପତି ଦୋରା (୩୨) ଟିଟିଲାଗଡ଼ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ବର୍ଗକୁ ଜଣାଇଥିଲେ।

ଖଵର ପାଇ ମୃତ ଯୁବକଙ୍କ ପରିବାରକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ଟିଟିଲାଗଡ଼ ରେଳବାଇ ପୋଲିସ ଶବକୁ ଟିଟିଲାଗଡ଼ ବ୍ୟବଚ୍ଛେଦ ପାଇଁ ନେଇଛନ୍ତି। ମୃତ ବ୍ୟକ୍ତିଙ୍କ ପେଣ୍ଟ ପକେଟରୁ ତିନୋଟି ରେଳ ଟିକେଟ ବାହାରିଛି। ଗତ ୧୭ ତାରିଖ ଦିନ ବିଶାଖାପାଟଣାରୁ ରାୟଗଡ଼ା ପାଇଁ ହେଲେ ରାୟଗଡ଼ାରୁ ଲାଞ୍ଜିଗଡ଼ ରୋଡ୍ କିପରି ଆସି ଆତ୍ମହତ୍ୟା କରିଛି ଏହାକୁ ନେଇ ପରିବାର ପକ୍ଷରୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।