ସ୍କୁଲରୁ ଉଦ୍ଧାର ହୋଇଥିବା ପୋଡ଼ା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଲା, ହତ୍ୟା ମାମଲା ରୁଜୁ

 ଜଗତସିଂହପୁର ,ଏନଏନଏସ: ବାଲିକୁଦା ଥାନା ଦାଗାଁ ଗ୍ରାମ ବିଦ୍ୟାଳୟରୁ ଉଦ୍ଧାର ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତିର ମିଳିଲା ପରିଚୟ।
ଅଜଣା ବ୍ୟକ୍ତି ଜଣଙ୍କ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କାଂଚନପୁର ଗ୍ରାମର ପ୍ରପୁଂଲ୍ଲ କୁମାର ଚମ୍ପତରାୟଙ୍କ ବିବାହିତ ପୁଅ ସାଗର @ କୃଷ୍ଣ ଚନ୍ଦ୍ର ଚମ୍ପତରାୟ ବୋଲି। ବିଭିନ୍ନ ଗଣମାଧ୍ୟମ ଜରିଅରେ ସାଗର ର ପରିବାର ଲୋକେ ଖବର ପାଇ ସାଗର ର ବାପା, ମାଆ, ସ୍ତ୍ରୀ ରଶ୍ମିତା ଚମ୍ପତରାୟ(୨୭), ଦାଦା ପ୍ରସନ୍ନ ଚମ୍ପତରାୟ, ଶାଶୁ, ଶ୍ବଶୁର, ଶଳା, ବହୁ ପରିବାର ସବସ୍ୟ ଓ ସାଗର ର ସାଙ୍ଗ ସାଥି ସୋମବାର ପ୍ରତଃହରେ ଜଗତସିଂହପୁର ଏସ୍.ଡି.ପି.ଓ ପ୍ରକାସ ଚନ୍ଦ୍ର ପାଲଙ୍କ କାର୍ଯ୍ୟାଳୟରେ ପହଂଚି ଦାଗାଁରୁ ଉଦ୍ଧାର ଅଜଣା ବ୍ୟକ୍ତି ଜଣଙ୍କ ସାଗର ବୋଲି ପରିଚୟ ଦେଇଛନ୍ତି।

ଏଥି ସହିତ କଟକ କିମ୍ବା ଜଗତସିଂହପୁର ଅଂଚଳର ମଧୁ ନାମକ ଏକ ଯୁବତୀ ଦ୍ବାରା ସାଗରକୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ଏସ୍.ଡି.ପି.ଓଙ୍କ ନିକଟରେ ସାଗର ର ସ୍ତ୍ରୀ ରଶ୍ମୀତା ଚମ୍ପତରାୟ ଓ ସାଗର ର ବାପା, ମା ଓ ପରିବାର ବର୍ଗ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଏସ୍.ଡି.ପି.ଓ ବାଲିକୁଦା ଥାନା ଆଇ.ଆଇ.ସି ସର୍ବେଶ୍ବର ବେହେରାଙ୍କୁ ଡକାଇ ୟୁଡି ମାମଲାକୁ ପରିବର୍ତନ କରି ମଧୁ ନାମକ ଯୁବତୀ ଓ ତାର ସହଯୋଗୀ ମାନଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ନିର୍ଦେଶ ଦିଆ ଯାଇଥିବା ଜଣା ଯାଇଛି।

ସୁଚନାରୁ ଜଣାଯାଇଛି, ୪ବର୍ଷ ତଳେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଝାରପଡା ପଂଚାୟତ କାଂଚନପୁର ଗ୍ରାମର ପ୍ରପୁଂଲ୍ଲ ଚନ୍ଦ୍ର ଚମ୍ପତରାୟଙ୍କ ପୁଅ ସାଗର @ କୃଷ୍ଣ ଚନ୍ଦ୍ର ଚମ୍ପତରାୟ(୨୯)ଙ୍କୁ ଖୋର୍ଦ୍ଦା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୁନ୍ଦରପଦା ଗ୍ରାମର ପ୍ରେମାନନ୍ଦ ସାହୁ ଓ ସସ୍ମିତା ସାହୁଙ୍କ ବଡ ଝିଅ ରଶ୍ମୀତା ସାହୁଙ୍କ ସହିତ ବିବାହ କରାଇଥିଲେ।

ନୟାଗଡ କାଂଚନପୁର ଗ୍ରାମରେ ରଶ୍ମିତା ଓ ତାର ୩ବର୍ଷର ଝିଅକୁ ଛାଡି ସାଗର ଅହମ୍ମଦାବାଦ ଠାରେ ରହି ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଅହମ୍ମଦାବାଦରେ କାମ କରିବା ସମୟରେ ସାଗର ସହିତ ମଧୁ ନାମକ ଏକ ଝିଅ ସହିତ ପରିଚିତ ହୋଇଥିଲା। ମଧୁ ତାର ଅହମ୍ମଦାବାଦ ସ୍ଥିତ ସମ୍ପର୍କିୟଙ୍କ ଘରେ ରହୁଥିବା ବେଳେ ପରିଚୟ ହୋଇଥିଲା।

ପରିଚୟ ହେବା ମଧ୍ୟରେ ସାଗର ଓ ମଧୁଙ୍କ ମଧ୍ୟରେ ବହୁ ସମୟରେ ପୋଂନରେ କଥାବାର୍ତା ହେବା ନେଇ ସାଗର ସଗର ର ସ୍ତ୍ରୀ ରଶ୍ମୀତା ନଜର ପଡିବା ପରେ ସେ କିଏ? କାହିଁକି ତମ ପାଖ କୁ ବାରମ୍ବାର ପୋଂନ କରୁଛି ବୋଲି ସାଗର ର ସ୍ତ୍ରୀ ସାଗରକୁ ପଚାରିବା ପରେ ପାରିବାରିକ ବିସୃଙ୍ଖଳା ଆରମ୍ଭ ହୋଇଥିଲା। ମଧୁ ହେଉଛି କଟକ ଅଂଚଳର ତାର ସାଙ୍ଗ ବୋଲି ତାର ସ୍ତ୍ରୀ ରଶ୍ମୀତା ଓ ତାର ପରିବାର ଲୋକଙ୍କୁ କହିଥିଲା। ଯାହାପଂଳରେ ସାଗର ର ସ୍ତ୍ରୀ ଓ ତାର ଶ୍ବଶୁର ଘର ଲୋକେ ସାଗର ପ୍ରତି ସଂଦେହ ଦୃଷ୍ଟିରେ ଦେଖି ଆସୁଥିଲେ।

ସାଗର ଘରେ ଥିବା ସମୟରେ କଟକ ଯାଇ ମଧୁ ସହିତ ସ୍ତ୍ରୀ ସମ୍ପର୍କ ଭଳି ବହୁ ଜଏଣ୍ଟ ପଂଟୋ ଉଠାଇଆଣି ତାର ସ୍ତ୍ରୀ ରଶ୍ମୀତାକୁ ଦେଖାଇବା ନେଇ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଶେଷରେ ଉଭୟଙ୍କ ପରିବାର ବସି ଆପୋସ ସମାଧାନ ହୋଇଥିଲା ଯେ, ସାଗର ମଧୁକୁ ପୋଂନ କରିବ ନାହିଁ କି ମଧୁ ସାଗରକୁ ପୋଂନ କରିବ ନାହିଁ। ଏହାର କିଛି ଦିନ ପରେ ଅର୍ଥାତ୍ ତା ୨୬.୯.୨୦୧୯ରିଖରେ ସାଗର ଅହମ୍ମଦାବାଦ ରୁ ନିଜ ଗ୍ରାମ କାଂଚନପୁର ଗ୍ରାମକୁ ଅସିଥିଲେ।

ଘରେ କିଛି ଦିନ ରହିବା ପରେ, ତା ୫.୧୦.୨୦୯ରିଖ ଶନିବାର ସାଗର ଅହମ୍ମଦାବାଦ ଯିବା ପାଇଁ ବାହାରିଥିଲେ। ସାଗର ଶନିବାର ମଧ୍ୟାହ୍ନରେ ନିଜ ଲଗେଜ ବ୍ୟାଗ ଧରି ଘରୁ ଅହମ୍ମଦାବାଦ ବାହାରି ଥିଲେ। ତେବେ ଯିବା ସମୟରେ ସାଗର ନିଜ ମୋବାଇଲରୁ ସିମ କାର୍ଡ କାଢି ମୋବାଇଲ ଘରେ ଥୋଇଦେଇ ଆସିଥିଲେ।

ରବିବାର ବିଭିନ୍ନ ଗଣମାଧ୍ୟମରେ ବାଲିକୁଦା ଥାନା ଅନ୍ତର୍ଗତ ଦାଗାଁ ବିଦ୍ୟାଳୟରେ ଏକ ବ୍ୟକ୍ତିକୁ ପୋଡି ମାରିଦେବା ଓ ବ୍ୟକ୍ତି ଜଣଙ୍କ କାନ୍ଥରେ ରକ୍ତରେ ମଧୁ ଲେଖା ହୋଇଥିବା ନେଇ ସାଗର ର ପରିବାର ଲୋକେ ମୃତ ବ୍ୟକ୍ତି ଜଣଙ୍କ ସାଗର ବୋଲି ସ୍ପଷ୍ଟ ହୋଇ ହଗତସିଂହପୁର ଏସ୍.ଡି.ପି.ଓଙ୍କୁ ସାଗର ଓ ତାର ଶ୍ବଶୁର ଘର ଲୋକେ ସ୍ପଷ୍ଟ କରିଥିଲେ. ଆଜି ସୋମବାର ପୁର୍ବାହ୍ନରେ ସାଗର ପରିବାର, ସାଙ୍ଗ ସାଥି ଲୋକେ ଜଗତସିଂହପୁର ଏସ୍.ଡି.ପି.ଓଙ୍କ କାର୍ଯ୍ୟାଳୟରେ ପହଂଚି ସମ୍ପୃକ୍ତ ଯୁବତୀ ମଧୁ ଓ ତାର ସହଯୋଗିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସେ ମଧୁ କିଏ। ତାର ଘର କେଉଁଠି ପୁଲିସ ଛାନ୍ ଭିନ୍ କରିବା ଆରମ୍ଭ କରି ଦେଇଥିବା ଜଣାାଯାଇଛି।