ଟ୍ରେନ୍ ଲାଇରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବ୍ରଜରାଜନଗର,ଏନ୍ଏନ୍ଏସ୍: ମୁମ୍ବାଇ ହାୱାଡ଼ ରେଳପଥ ବ୍ରଜରାଜନଗରରୁ ଲଜକୁରା କୋଇଲା ଖଣିକୁ ଯାଇଥିବା ରେଳପଥରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ଯୁବକ ଜଣଙ୍କର ପରିଚୟ ମଳିପାରି ନଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ସାଧାରଣରେ କୁହାଯାଉଛି।

ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଡାକ୍ତରଖାନାକୁ ପଠାଇଛନ୍ତି।