ଦେବଗଡ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ନିକଟସ୍ଥ ରିଆମାଳ ପଟାଭାଡି ସାହି ତଳବନ୍ଧର ଏକ ବାଉଶଁ ବାଡିରେ ଜଣେ ଯୁବକର ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ ପଟାଭାଡି ସାହିର ବନ୍ଧୁ ନାୟକଙ୍କ ପୁଅ ବିଜୟ ନାୟକ(୪୨)ଦୁଇ ଦିନ ହେବ କେଉଁ ଆଡେ ଚାଲିଯାଇଥିଲେ। ଏହାପରେ ଆଜି ଦିନ ୩ଟା ସମୟରେ ବନ୍ଧସାହିର କିଛି ସ୍ଥାନିୟଲୋକ ଦୁର୍ଗନ୍ଧ ବାରି ଉକ୍ତ ବାଉଁଶ ମଟା ପାଖରେ ପହଞ୍ଚିଥିଲେ। ସେଠାରେ ବିଜୁଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ରିଆମାଳ ପୁଲିସ୍ ପହଞ୍ଚି ଦେଖିଲା ବେଳକୁ ବିଜୁଙ୍କ ଗୋଡ ତଳେ ଲାଗିଥିବା ବେଳେ ଅଧାଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।
ଅଣ୍ଟା ଏବଂ ମୁହଁରେ ଖ୍ୟତ ଚିହ୍ନ ମଧ୍ୟ ରହିଛି । ଏହା ଏକ ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ପର୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଶବକୁ ଜବତ କରିବା ସହିତ ଘଟଣାର ତନାଘନା ଆରମ୍ଭ କରିଥିବା ରିଆମାଳ ଆଇଆଇସି ପ୍ରଦୀପ୍ତ କେରକେଟା କହିଛନ୍ତି।