ଥାନା ହାଜତରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ବଡବିଲ,ଏନ୍ଏନ୍ଏସ୍ : ଥାନା ହାଜତରେ ଅଭିଯୁକ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ । ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନାରେ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କର ହାଜତରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ବଡ଼ବିଲ ସେଡିଙ୍ଗ ବସ୍ତିର ସୁରେଶ ନାଏକ ।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ବଡ଼ବିଲ ଅଂଚଳରେ ବାସନ୍ତୀ ନାଏକଙ୍କର ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡ ରେ ମୃତକର ସ୍ୱାମୀକୁ ପୁଲିସ ଅଟକ ରଖି ପୁଚୁରାଉଚୁରା କରୁଥିଲା । ତେବେ ଗୁରୁବାର ସକାଳ ପ୍ରାୟ ୬ ଟା ସମୟରେ ନିଜ ଗାମୁଛାରେ ଝୁଲି ଯାଇଥିଲା ସୁରେଶ । ଥାନା କର୍ମଚାରୀ ସୁରେଶଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତରଖାନାରେ ଚିକିତ୍ସା ଚାଲୁ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ମୃତକର ପୁଅ ଅଜିତ ନାଏକ,ବାପା ମା’ଙ୍କୁ ମାରିଦେଇଥିବା କାରଣରୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମିଡ଼ିଆ ସାମ୍ନାରେ କହିଛନ୍ତି ଅଜିତ ନାଏକ । ଅନ୍ୟ ପକ୍ଷରେ କେନ୍ଦୁଝର ଏସପି ଶ୍ରୀ ମିତ୍ରଭାନୁ ମହାପାତ୍ର ମୃତ୍ୟୁକୁ ନେଇ ଏକ ଅପମୃତ୍ୟ ମାମଲା ରୁଜୁ କରାଯିବା ସହିତ ଏହାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ।