ଡୀଆରଡୀଔର କରୋନା ଔଷଧକୁ ଡୀସୀଜୀଆଇ ପ୍ରଦାନ କଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଆଉ କରୋନା ଔଷଧକୁ ଡୀସୀଜୀଆଇ ମଞ୍ଜୁରୀ ପ୍ରଦାନ କରିଛି। ଡୀଆରଡୀଔର କୋଭିଡ ବିରୋଧୀ ଔଷଧ ୨-ଡୀଔକ୍ସୀ-ଡୀ-ଗ୍ଲୁକୋଜ (୨-ଡୀଜୀ)କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଡୀଆରଡୀଔ ଏହି ଔଷଧକୁ ଡା.ରେଡ୍ଡୀଜ ଲାବୋରୋଟେରୀ ସହ ମିଶି ପ୍ରସ୍ତୁତ କରିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବିକ, ୨-ଡୀଜୀ ଔଷଧ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦ୍ରୁତ ଗ୍ରୁତରେ ସୁସ୍ଥ ହେବାରେ ସାହାଯ୍ୟ କରୁଛି। ଏହି ଔଷଧ ଦ୍ୱାରା ରୋଗୀଙ୍କୁ ଅକ୍ସିଜେନ ସିଲିଣ୍ଡର ଉପରେ ଖୁବ୍ କମ୍ ନିର୍ଭର କରିବାକୁ ପଡ଼ିବ। ଏହା ପାଉଡର ରୂପରେ ପ୍ୟାକେଟରେ ଆସିଥାଏ ଯାହାକୁ ପାଣିରେ ମିଶାଇ ରୋଗୀଙ୍କୁ ଦିଆଯାଇଥାଏ।