ଦେଓଗାଁ,ଏନ୍ଏନ୍ଏସ୍: ବୁଧୁବାର ସାଢ଼େ ୧୧ଟା ସମୟରେ ଦେଓଗାଁ ବ୍ଲକର ୧୧ତମ ବ୍ଲକ ଅଧ୍ୟକ୍ଷ ଭାବେ ବିଜେଡି ନେତା ଦୟାନିଧି ଖମାରୀ ଦାୟିତ୍ୱ ନେଇଛନ୍ତି। ଶ୍ରୀ ଖମାରୀ ସମିତିସଭ୍ୟ ଭାବେ ବ୍ରାମଣିଜୋର ପଞ୍ଚାୟତରୁ ନିର୍ବାଚିତ ହୋଇ ଆସିଲାପରେ ଗତ ୧୨ ତାରିଖରେ କଂଗ୍ରେସ ସମର୍ଥିତ ସମିତିସଭ୍ୟଙ୍କ ଭୋଟରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ପୂର୍ବରୁ ଧଣ୍ଡାମାଲ ପଞ୍ଚାୟତର ସରପଞ୍ଚ ଭାବରେ ୨ଥର ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି।
ବୁଧୁବାର ଦିନ ନିଜ ସମର୍ଥୀତ ସମିତିସଭ୍ୟ ଓ ସରପଞ୍ଚଙ୍କ ସହ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦେଓଗାଁ ବିଡ଼ିଓ ମୁରଲୀଧର ନାୟକ ସ୍ଵାଗତ କରି ଅଧ୍ୟକ୍ଷଙ୍କ କୋଠରୀକୁ ପାଛୋଡ଼ି ନେଇଥିଲେ। ପରେ ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ବ ନେବାବେଳେ ୧୨ ନମ୍ବର ଜିଲ୍ଲାପରିଷଦ ସଭ୍ୟା ମମତା କୁମୁରା, ଦେଓଗାଁ ବ୍ଲକ ବିଜେଡ଼ି ସଭାପତି ସୁଶୀଳ ଚାନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ଉମାଶଙ୍କର ସିଂ, ପୂର୍ବ ବ୍ଲକ ଅଧ୍ୟକ୍ଷ ବିଜୟ ସାହୁ, ବଲାଙ୍ଗିର ବିଧାୟକ ଙ୍କ ପ୍ରତିନିଧି ତଥା ବନ୍ଧପଡ଼ା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ଯୁବନେତା ଅନ୍ତର୍ଯ୍ୟାମୀ ଭୋଇଙ୍କ ସହ ଶତାଧିକ ବିଜେଡି, କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।