ସମ୍ବଲପୁର,ଏନ୍ଏନ୍ଏସ୍: ମୃତ ମା’ର ଶେଷ କ୍ରୟା କରିବାକୁ ମଧ୍ୟ ଆସିଲା ନାହିଁ ପୁଅ। ଶେଷରେ ନିଜ ମାଆକୁ କାନ୍ଧରେ ମଶାଣି ନେଇଛନ୍ତି ୬ ବିବାହିତ ଝିଅ। ସମାଜର ପ୍ରଥା, ପରମ୍ପରାକୁ ଭାଙ୍ଗି ଏହି କାର୍ଯ୍ୟ କରିଛନ୍ତି ମୃତ ମହିଳାଙ୍କ ୬ ଟାଣୁଆ ଝିଅ। ଶୁକ୍ରବାର ଏଭଳି ଖବର ସମ୍ବଲପୁରରୁ ଆସିଛି। ସୂଚନା ଅନୁସାରେ ଶ୍ରିମତୀ ସାହୁ ନାମକ ମହିଳା ଆଜି ପ୍ରାଣ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ, ଯେତେବେଳେ ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ଶେଷ ରୀତିନୀତି ପାଇଁ ମୃତକଙ୍କ ପୁଅକୁ ଅପେକ୍ଷା କରିଥିଲେ, ସେତେବେଳେ ସେ ଆସିନଥିଲେ।
ପରେ ମୃତ ମହିଳାଙ୍କର ୬ ଝିଅ ତାଙ୍କର ଶବକୁ କାନ୍ଧରେ ମଶାଣୀକୁ ନେବାକୁ ଆଗକୁ ଆସିଥିଲେ। ଖବର ଅନୁସାରେ ମହିଳାଙ୍କ ଛଅ ଝିଅ ନିଜ ମା’ଙ୍କ ଶବକୁ କାନ୍ଧ ଦେଇଥିଲେ ଏବଂ ଅନ୍ତିମ ସଂସ୍କାର ପାଇଁ ନିଜେ ମୁଖାଗ୍ନୀ ମଧ୍ୟ ଦେଇଥିଲେ।