ପ୍ରୟାଗରାଜରୁ ଓସାମାର ଦାଦା ହୁମେଦ ଉର ରହମାନ ଗିରଫ

ପ୍ରୟାଗରାଜ,ଏଜେନ୍ସି: ଦେଶରେ ଆତଙ୍କବାଦୀ ମଡ୍ୟୁଲ ଖୁଲାସା ହେବା ପରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲକୁ ହୁମେଦ ଉର ରହମାନ ଦରକାର ଥିଲା। ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରୁ ଗିରଫ କରାଯାଇଛି। ପୁଲିସ ଏବଂ ଅନ୍ୟ ସଂସ୍ଥା ହୁମେଦକୁ ପଚରାଉଚରା କରୁଛି।

ପ୍ରୟାଗରାଜର କରୌଲି ପୁଲିସକୁ ଉତ୍ତରପ୍ରଦେଶ ଏଟିଏସ ଏବଂ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲକୁ ତଥ୍ୟ ମିଳିଥିଲା। ଏହି ତଥ୍ୟ ଆଧାରରେ ପୁଲିସ ହୁମେଦ ଉର ରହମାନକୁ ଗିରଫ କରିଛି। ଏବେ ତାକୁ ପଚରାଉଚରା କରାଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀରୁ ଧରାପଡ଼ିଥିବା ଓସାମା ଏହି ହୁମେଦ ଉର ରହମାନର ପୁତୁରା।

ପାକିସ୍ତାନ ଟ୍ରେନିଂ ଉପରେ ପଠାଯାଇଥିବା ଜୀଶାନକୁ ରେଡେକ୍ଲାଇଜ କରିବା କାମ ହୁମେଦ ଉର ରହମାନ କରିଥିଲା। ଲଖନଉରୁ ଧରାପଡ଼ିଥିବା ଆମିର ମଧ୍ୟ ରହମାନ‌ ନେଟୱାର୍କରେ କାମ କରୁଥିଲା। ଆମିର ବେଗର ଭଉଣୀର ଶ୍ବଶୁର ହେଉଛି ହୁମେଦ ଉର ରହମାନ।