କରାଚିରେ ଲୁଚିଛି ଦାଉଦ , ମାନିଲା ପାକିସ୍ତାନ

ନୂଆଦିଲ୍ଲୀ, ଏଜେନ୍ସି: ଅଣ୍ଡର ୱାଲ୍ଡ ଡନ ଦାଉଦ ଇବ୍ରାହିମ ପାକିସ୍ତାନର କରାଚି ସହରରେ ଲୁଚିଥିବା ପାକିସ୍ତାନ ସରକାର ସ୍ୱୀକାର କରିଛନ୍ତି। ଆଜି ପାକିସ୍ତାନ ୮୮ ଜଣ ଆତଙ୍କବାଦୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଦାଉଦ ଇବ୍ରାହିମର ନାମ ରହିଛି। ଜାତିସଂଘ ସୁରକ୍ଷା ପରିଷଦର ନିର୍ଦ୍ଦେଶ ଅନୁସାରେ ପାକିସ୍ତାନ ସେମାନଙ୍କ ସମସ୍ତ ସମ୍ପତ୍ତି ଜବତ କରିବ। ଏବେ ପାକିସ୍ତାନ ସରକାର ଦାଉଦର ସମସ୍ତ ସମ୍ପତ୍ତି ଜବତ କରିବ। ଏହାସହ ପାକିସ୍ତାନ ଦାଉଦର ସମସ୍ତ ଗତିବିଧି ଉପରେ ନଜର ରଖିବ।