ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ଆଜି ସ୍ଥିର ହେବ ତାରିଖ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରାଯାଇଥିଲା। ଯାହାକୁ ସରାକାର ମାନି ଦେଇଛନ୍ତି। ଫଳରେ ରାଜ୍ୟରେ ଘରୋଇ ବସ୍ ଚାଳଚଳ ସ୍ୱାଭାବିକ ହେବାକୁ ଯାଉଛି। ତେବେ ଘରୋଇ ମାଲିକ ସଂଘ ପକ୍ଷରୁ ଏପ୍ରିଲ, ମେ ଓ ଜୁନ ମାସର ରୋଡ ଟ୍ୟାକ୍ସ ଛାଡ ପାଇ ଦାବି କରିଥିଲେ। ଏଥିସହ ବ୍ୟାଙ୍କ ଲୋନ ଛାଡ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ।

ଗତକାଲି ସଚିବାଳୟରେ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା କରିଥିଲେ ପରିବହନ ମନ୍ତ୍ରୀ। ଆଜି ବସ ଚାଲିବା ନେଇ ତାରିଖ ସ୍ଥିର ହେବ। ଏହି ପରିପ୍ରେକ୍ଷୀରେ ସାଧାରଣ ବୈଠକ ଅନୁଷ୍ଠିତ ହେବା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ତେବେ ରାଜ୍ୟରେ ମୋଟ ରାଜ୍ୟରେ ୧୪ ହଜାର ବସ, ୮ ହଜାର ବସ ମାଲିକ ଓ ୬୦ ହଜାର ବସ୍ କର୍ମଚାରୀ ରହିଛନ୍ତି। ସେମାନଙ୍କ ପାଇଁ ଇନସ୍ୟୁରାନ୍ସ ଦାବି କରିଛି ସଂଘ। ଆଜି ବୈଠକ ଯଦି ସଫଳ ହୁଏ ତା’ହେଲେ ଗୁରୁବାର ଠାରୁ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଶ୍ରୀ ବେହେରା ଆଶା କରିଛନ୍ତି।