ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଡାକ୍ତର ହେଲେ କଟକ ସିଟି ହସ୍ପିଟାଲର। ନମୁନା ପଜିଟିଭ୍ ଆସିଲା ପରେ ଡାକ୍ତରଙ୍କୁ ଅଶ୍ୱିନୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏ ନେଇ କଟକ ମହାନଗର ନିଗମ ସୂତ୍ରରୁ ସୂଚନା ଦିଆଯାଇଛି। ଡାକ୍ତର ନିକଟରେ କେନ୍ଦ୍ରାପଡ଼ାର ଜଣେ ସମ୍ପର୍କୀୟଙ୍କ ଘରୁ ଫେରିଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୧୫୧୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୭୩୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ୭୭୮ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।