ମୋଦୀଙ୍କ ପାଇଁ କନସର୍ଟ କରିବେ ଦଲେର ମେହନ୍ଦୀ

ନୂଆଦିଲ୍ଲୀ: ଦେଶରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପଞ୍ଜାବୀ ସିଙ୍ଗର ଦଲେର ମହେନ୍ଦୀ ପ୍ରଥମଥର ପାଇଁ ଭାରତରେ ମେଟାବର୍ସ ଭର୍ଚ୍ଚୁଆଲ କନସର୍ଟରେ ସଙ୍ଗୀତ ପରିବେଷଣ କରିବେ । ଖାସ୍ କଥାଟି ହେଲା, ଦଲେର ମହେନ୍ଦୀ ଉକ୍ତ କନସର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ପିତ କରିଛନ୍ତି ।

ଦଲେର ମହେନ୍ଦୀ କହିଛନ୍ତି ଯେ, ମୁଁ ମେଟାବର୍ସ କନସର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ପିତ କରୁଛି । କାରଣ ମୋଦୀ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଲଞ୍ଚ କରିଛନ୍ତି ଏବଂ ଦେଶକୁ ଦୁନିଆର ବାକି ଅଂଶ ସହ ଯୋଡ଼ିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।