ଡାଇରିଆରେ ଦୁଇ ମୃତ

ବାଲେଶ୍ୱର,ଏନଏନଏସ୍: ବାଲେଶ୍ୱର ସ୍ଥିତ ଫକୀରମୋହନ ମେଡିକାଲ କଲେଜରେ ଡାଇରିଆ ରୋଗରେ ପିଡ଼ିତ ହୋଇ ଚିକିତ୍ସିତ ହେଉଥିବା ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସେଥି ମଧ୍ୟରେ ଜଣେ ମହିଳା ଥିବା ଅନ୍ୟ ଜଣେ ପୁରୁଷ ରହିଛନ୍ତି। ତେବେ ମୃତ ପୁରୁଷ ବ୍ୟକ୍ତିଙ୍କର ପରିଚୟ ମିଳିଥିବା ବେଳେ ମହିଳା ଜଣଙ୍କର ପରିଚୟ ବର୍ତମାନ ସୁଦ୍ଧା ଜଣାଯାଇନାହିଁ।

ତେବେ ମୃତ ବ୍ୟକ୍ତିି ଜଣଙ୍କ ହେଉଛନ୍ତି ସହଦେବଖୁଂଟା ଥାନା ଅର୍ନ୍ତଗତ ନୂଆବଜାର ଅଂଚଳର ଜୟନ୍ତ ସାହୁ। ସୂଚନା ଅନୁସାରେ,ଗତ ୮ତାରିଖରେ ଜୟନ୍ତ ଡାଇରିଆ ରୋଗରେ ପିଡ଼ିତ ହୋଇ ବାଲେଶ୍ୱର ମେଡିକାଲର ଡାଇରିଆ ୱାର୍ଡରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ସେହିପରି ଗତ ୧୨ତାରିଖରେ ଅନ୍ୟ ଜଣେ ମହିଳା ମଧ୍ୟ ଡାଇରିଆ ରୋଗରେ ପିଡ଼ିତ ହୋଇ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ହେଲେ ଗୁରୁବାର ଉଭୟଙ୍କର ମୃତ୍ୟୁ ହୋଇଯାଇଛି। ହେଲେ ମହିଳା ଜଣଙ୍କର କୌଣସି ପରିଚୟ ମିଳିପାରି ନାହିଁ।