ଓଡ଼ିଶାରେ ପଡ଼ିବନି ବାତ୍ୟାର ପ୍ରଭାବ, ୨୩ ସଂଧ୍ୟାରେ ଛୁଇଁବ ବାଂଲାଦେଶ ଉପକୂଳ

ନୂଆଦିଲ୍ଲୀ,ଏଜେନ୍ସି: ଘୁର୍ଣ୍ଣିବଳୟ ପ୍ରଭାବରେ ଭାରତ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପୁର୍ବ-ଉତ୍ତର-ପୁର୍ବ ଦିଗକୁ ଗତି କରି ୧୯ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନରେ ଏକ ୱେଲମାର୍କ ଲୋ-ପ୍ରେସର ରୂପନେବ। ଏହା ପରେ ଲଘୁଚାପ କ୍ରମେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ମାର୍ଚ୍ଚ ୨୦ ସକାଳ ସୁଦ୍ଧା ଡିପ୍ରେସନ୍ ଏବଂ ୨୧ ମାର୍ଚ୍ଚରେ ବାତ୍ୟାର ରୂପ ନେବ। ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ମିଆଁମାର ଉପକୂଳ ଅତିକ୍ରମ କରିବ। ଭାରତୀୟ ପାଣିପାଗ ଭିଜ୍ଞାନ କେନ୍ଦ୍ର ମହାନିର୍ଦ୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ତେବେ ଏହି ବତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ ବୋଲି ସେ କହିଛନ୍ତି। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା କି ପବନ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ତାତିର ପ୍ରଭାବ ବଢିବାରେ ଲାଗିଛି। ଗତକାଲି ଅନୁଗୁଳରେ ଓଡ଼ିଶାର ସବୁଠୁ ଉତପ୍ତ ସହର ପାଲଟିଥିଲା। ଏଠାରେ ୩୯.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ୧୩ସ୍ଥାନରେ ୩୮ଡ଼ିଗ୍ରୀ ଉପରେ ତାପମାତ୍ରା ରହିଥିଲା। ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାର ଗ୍ରେୀଷ୍ମ-ପ୍ରବାହ ସମ୍ଭାବନା ରହିଛି। ତେବେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ ରୁ ୫ଡ଼ିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି।