ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଆସନ୍ତା ୧୩ରେ ବାତ୍ୟା ଆଶଙ୍କା

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ମଡେଲ ଅନୁସାରେ ଚଳିତ ମାସ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ଦେଖାଯାଇଛି। ସୂଚନା ଅନୁସାରେ ଚଳିତ ମାସ ୧୦ ତାରିଖରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ମେ’ ୧୨ ତାରିଖରେ ଏହା ଲଘୁଚାପରେ ପରିଣତ ହେବ ଓ ମେ’ ୧୩ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି।

ଏହି ଘୂର୍ଣ୍ଣିବଳୟଟି ସମୁଦ୍ର ପତନଠାରୁ ଭିତରକୁ ରହିଥିବାରୁ ଏହା ଓଡ଼ିଶା ଉପକୂଳ ଛୁଇଁବା ନେଇ ଆଶଙ୍କା ରହିଛି।