ଟ୍ରଲର ଧକ୍କାରେ ସାଇକେଲ ଅରୋହୀ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରଲର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖିରେଇଟାଙ୍ଗିରୀ ପଞ୍ଚାୟତ ନୂଆଗାଁ ଗ୍ରାମର ଗୋପୀନାଥ ନାୟକ(୩୨)। ସେ ସାଇକେଲ ଯୋଗେ ଖିରେଇଟାଙ୍ଗିରୀ ବଜାରକୁ ଯାଉଥିବା ବେଳେ ତୁରୁମୁଙ୍ଗା ପଟୁ କେନ୍ଦୁଝର ପଟକୁ ଯାଉଥିଲେ।

ସେହି ସମୟରେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମେଡିକାଲରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଟ୍ରଲର ଓ ସାଇକେଲକୁ ଜବତ କରିଛି ତଦନ୍ତ ଚଳାଇଛି।