ଷ୍ଟେସନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

କଟକ,ଏନ୍ଏନ୍ଏସ୍ : କଟକ ଜିଲ୍ଲା ରେଳ ଷ୍ଟେସନରେ ଶୁକ୍ରବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଜଳି ଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ରେଲୱେ ବିଭାଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କେଉଁ କାରଣରୁ ଏଭଳି ଘଟଣା ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।