କଟକରେ ଅପରାହ୍ଣ ୨ଟା ପରେ ଦୋକାନ, ବଜାର ବନ୍ଦ ରଖିବାକୁ ସିଏମସିର ନିଷ୍ପତ୍ତି

କଟକ,ଏନ୍ଏନ୍ଏସ୍: ଆସନ୍ତା ସୋମବାରଠାରୁ କଟକରେ ଅପରାହ୍ଣ ୨ଟା ପରେ ଦୋକାନ, ବଜାର ବନ୍ଦ ରଖିବାକୁ ସିଏମସି କମିସନର ଅନନ୍ୟା ଦାସ ଘୋଷଣା କରିଛନ୍ତି। ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ ବୋଲି ସିଏମସି କମିସନର ସୂଚନା ଦେଇଛନ୍ତି।

କରୋନାର ସଂକ୍ରମଣ ବଢୁଥିବାରୁ ଏହାର ଚେନ ଭାଙ୍ଗିବାକୁ ଦୃଷ୍ଟି ଦେଇ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।