କଟକବାସୀଙ୍କ ମୌଳିକ ସମସ୍ୟା ନେଇ ବିଜେପିର ପ୍ରତିବାଦ

କଟକ,ଏନ୍ଏନ୍ଏସ୍: କଟକ ନଗର ବିଜେପି ତରଫରୁ ସାଧାରଣ ସମ୍ପାଦକ ବିଶ୍ୱ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ କଟକ ମହାନଗର କାର୍ଯ୍ୟାଳୟ ଆଗରେ କଟକ ବାସୀଙ୍କ ମୌଳିକ ସମସ୍ୟା ନେଇ ପ୍ରତିବାଦ ହେଉଛି। ଦଶହରା ପାଇଁ କଟକକୁ ହଜାର ହଜାର ଲୋକଙ୍କ ଆଗମନ ହେବ, ମାତ୍ର କଟକ ପ୍ରଶାସନ ସମ୍ପୂର୍ଣ୍ଣ ଶିଥିଳ, ବିପର୍ଯ୍ୟସ୍ତ ରାସ୍ତାଘାଟ, ସ୍ଵଚ୍ଛ ପିଇବା ପାଣି, ପରିମଳ ବ୍ୟବସ୍ଥା ଏବଂ ଶେଷରେ ଖୋଲା ବଜ଼ାରରେ ବିପୁଳ ନକଲି ଔଷଧର ବିକ୍ରି ପ୍ରସଙ୍ଗକୁ ନଗର ବିଜେପି ଉଠାଇଥିଲା।

ବିଜେପି କର୍ପୋରେଟର ମାନେ ଗୃହରେ ଏ ପ୍ରସଙ୍ଗରେ ବାରମ୍ବାର ଅଭିଯୋଗ କରିଥିଲେ ବି ମେୟର କର୍ଣ୍ଣପାତ କରିନଥିଲେ। ଶେଷରେ ପ୍ରତିନିଧିମାନେ କମିସନରଙ୍କୁ ଭେଟି ଦାବିପତ୍ର ଦେବା ସହ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଆହ୍ୱାନ କରିଥିଲେ। ଏନେଇ କମିସନର ମଧ୍ୟ୍ୟ ପ୍ରତିଶୃତି ପ୍ରଦାନ କରିଛନ୍ତି।