ଜୁନ୍ ୨ରେ ‘ସିଏସକେ’ର ସମ୍ମାନ ସମାରୋହ

ଆଇପିଏଲ ୨୦୨୩ ସିଜନର ଫାଇନାଲ ମୁକାବିଲା ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଜିତିଛି । ଏହି ପରିପ୍ରେକ୍ଷୀରେ ଚେନ୍ନାଇ ସୁପର କିଙ୍ଗସର ସମ୍ମାନରେ ଜୁନ୍ ୨ରେ ସମ୍ମାନ ସମାରୋହ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ସାମିଲ ହେବେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗସ ୫ମ ଥର ପାଇଁ ଆଇପିଏଲ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଏହାପୂର୍ବରୁ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ ଟ୍ରଫି ଜିତିଥିଲା । ଏବେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ସୁଯୁକ୍ତ ଭାବେ ସର୍ବାଧିକ ଆଇପିଏଲ ଟ୍ରଫି ଜିତିଥିବା ଟିମ୍ ହୋଇପାରିଛନ୍ତି ।