ଗଜପତି,ଏନ୍ଏନ୍ଏସ୍: ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ଦୀର୍ଘଦିନ ହୋଇଯାଇଥିଲେ ମଧ୍ୟ ପୁଲିସ ବର୍ତ୍ତମାନ ସୁଦ୍ଧା ସଠିକ୍ ଦୋଷୀ ପାଖରେ ପହଞ୍ଚି ପାରିନାହିଁ। ଯାହାକୁ ନେଇ ତଦନ୍ତର ମୋଡ଼ ଭିନ୍ନ ଭିନ୍ନ ଆଡ଼େ ଗତି କରୁଛି। ଠିକ୍ ଏହି ସମୟରେ ଏହି ମାମଲାକୁ ହାତକୁ ନେଇଛି କ୍ରାଇମବ୍ରାଞ୍ଚ ଟିମ୍।
ଚାରିଦିନ ହେବ ରୋଷେୟା,୨ ଏସିଏଫ୍ଙ୍କୁ ଓ ଆଉ କିଛି ଲୋକଙ୍କୁ ଜେରା କରି ତଦନ୍ତ କରୁଥିବା ବେଳେ ଆଜି ପଞ୍ଚମ ଦିନରେ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। କାଲି ମଧ୍ୟ ରୋଷେୟା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲା। ଯେଉଁଥିରେ ସେ କହିଥିଲା ସୌମ୍ୟଙ୍କ ମୃତ୍ୟୁ ଦିନ ଜିଲ୍ଲାପାଳ ନିକଟରେ ସେ ଉପସ୍ଥିତ ଥିଲେ।