ଗିରଫ ହେଲେ ପୂର୍ବତନ ଆଇଆଇସି ଆନନ୍ଦ ମାଝୀ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ କରାଇବା ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କ୍ରାଇମବ୍ରାଞ୍ଚ ଆଜି ଅପରାହ୍ଣରେ ଗିରଫ କରିଛି। ଏ ସମ୍ପର୍କରେ ପୁଲିସ ଡିଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ଆଜି ସକାଳୁ ଅନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିକୁ ବହିଷ୍କାର କରାଯାଇଥିଲା।

ଏହାପରେ ସେ ଫେରାର ହୋଇଯାଇଥିଲେ। ଫେରାର ଥିବା ଶ୍ରୀ ମାଝୀଙ୍କୁ ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅଞ୍ଚଳରୁ ଠାବ କରି କ୍ରାଇମବ୍ରାଞ୍ଚ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି ଡିଜି। ଏଥିସହ ସେ ଓଡ଼ିଶା ପୁଲିସର କ୍ରାଇମ ବ୍ରାଞ୍ଚକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ଧନ୍ୟବାଦ ଦେଇଛନ୍ତି।