ପୁରୀରେ ୩ ଘଣ୍ଟା କର୍ଫ୍ୟୁ କୋହଳ

ପୁରୀ,ଏନ୍ଏନ୍ଏସ୍: ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ହେଲେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ। ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

ଜିଲ୍ଲାପାଳ ଶ୍ରୀ ସିଂହ କହିଛନ୍ତି, ଆସନ୍ତାକାଲି ସକାଳ ୫ଟାରୁ ଅପରାହ୍ଣ ୩ଟା ଯାଏଁ କର୍ଫ୍ୟୁ କୋହଳ ରହିବ। କିନ୍ତୁ ଅପରାହ୍ଣ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ସିଂହଦ୍ୱାର ସମ୍ମୁଖରେ ତିନି ରଥ ଥିବାରୁ ଦିନତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ ଜାରିରହିବ। ଦିନସାରା ମାର୍କେଟ ଛକଠାରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଛନ୍ତି।