ଉତ୍ତର ପ୍ରଦେଶ: ଜମି ବିବାଦ ନେଇ ରକ୍ତାକ୍ତ ସଂଘର୍ଷ; ୪ ଜଣଙ୍କୁ ନିର୍ମମ ହତ୍ୟା, ୬ ଆହତ

ଆମେଥୀ,ଏଜେନ୍ସି: ଉତ୍ତର ପ୍ରଦେଶର ଆମେଥୀର ସମାଜ ଗାଁରେ ଜମି ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି। ଗୋଟିଏ ପରିବାରର ଲୋକେ ଠେଙ୍ଗା-ବାଡ଼ି ଓ ଧାରୁଆ ଅସ୍ତ୍ରରେ ଅନ୍ୟ ପରିବାର ଉପରେ ଆକ୍ରମଣ କରିଛନ୍ତି। ଏହି ସଂଘର୍ଷରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।

ଏହି ମାମଲା ଆମେଥୀର ଗୁଗୱାଛ ଅନ୍ତର୍ଗତ ରାଜାପୁର କୌହାର ଗାଁର। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଠାରେ ରହୁଥିବା ସଂକଟା ପ୍ରସାଦଙ୍କ ଘର ନିକଟରେ ଗ୍ରାମସଭାର ଜମି ପଡ଼ିଥିଲା। ଏହାରି ଉପରେ ଗାଁର ରାମଦୁଲାରେ ଓ ଅଖିଳେଶ ବଳପୂର୍ବକ ନିଜ ଅକ୍ତିଆରରେ ରଖିଥିଲେ। ସଂକଟା ପ୍ରସାଦ ଓ ତାଙ୍କର ପରିବାର ଉପରେ ଜବରଦଖଲକାରୀମାନେ ଆକ୍ରମଣ କରିଥିଲେ।

ଆକ୍ରମରକାରୀମାନେ ସଂକଟା ପ୍ରସାଦ, ହନୁମାନ ଯାଦବ, ଅମରେଶ ଯାଦବ, ଧନ୍ନୋ ଦେବୀ, ନୟକା ଦେବୀ, ରାଜକୁମାର ଯାଦବ, ଅଶୋକ କୁମାରଙ୍କୁ ଠେଙ୍ଗାରେ ମାଡ଼ମାରିଥିଲେ। ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସଂକଟା, ହନୁମାନ, ଅମରେଶ ଓ ପାର୍ବତୀଙ୍କର ମୃତ୍ୟୁ ହୋଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।