ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଭାରତ ୬୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କାର ପୂରା ଟିମ୍ ୧୩୭ ରନ୍ରେ ଅଟକି ଯାଇଥିଲା। ଭାରତ ଏଥି ସହିତ ୩ ମ୍ୟାଚର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିଛି।
ସୂଚନାଯୋଗ୍ୟ ଭାରତର ଏହା ହେଉଛି ଲଗାତାର ୧୦ମ ବିଜୟ। ଅନ୍ୟପଟରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ କ୍ରମାଗତ ଭାବେ ୧୦ଟି ଟି-୨୦ ମ୍ୟାଚ ଜିତିଛି।
ଟିମ ଇଣ୍ଡିଆର ଓପନର ଈଶାନ କିଶନଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଛି। ସେ ୮୯ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ରୋହିତ ଶର୍ମାଙ୍କ ସହିତ ସେ ୧୧୧ ରନ୍ର ଭାଗିଦାରୀ ହୋଇପାରିଥିଲେ। ଈଶାନ କିଶନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୁଯୋଗ ମିଳିବା ପରେ ଏହାର ସଠିକ ବିନିଯୋଗ କରିଥିଲେ। ଶ୍ରେୟସ ଆୟର କେବଳ ୨୮ ବଲରେ ୫୭ ରନ୍ କରିଥିଲେ। ସେ ନିଜର ଇନିଂସରେ ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ଭାରତ ୨୦ ଓଭରରେ ୨ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା।