୨୦୨୮ ଅଲମ୍ପିକ୍ସରେ କ୍ରିକେଟକୁ ମିଳିଲା ଏଣ୍ଟ୍ରି

ନୂଆଦିଲ୍ଲୀ: ୨୦୨୮ରେ ଆମେରିକାର ଲସଏଞ୍ଜୋଲିସରେ ହେବାକୁ ଥିବା ଅଲମ୍ପିକ ଗେମ୍ସରେ କ୍ରିକେଟକୁ ଆନୁଷ୍ଠାନିକ ରୂପେ ସାମିଲ କରାଯିବ । ଏନେଇ ମୁମ୍ବାଇରେ ଚାଲିଥିବା ଆନ୍ତର୍ଜାତୀୟ ଅଲମ୍ପିକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରାୟ ୧୨୮ ବର୍ଷ ପରେ କ୍ରିକେଟକୁ ଅଲମ୍ପିକ ଗେମ୍ସରେ ସାମିଲ କରାଯାଇଥିବା ଜଣାପଡ଼ିଛି ।

୨୦୨୮ ଅଲମ୍ପିକ୍ସରେ କ୍ରିକେଟ ବ୍ୟତୀତ ୪ଟି ଅନ୍ୟ ଖେଳକୁ ମଧ୍ୟ ସାମିଲ କରାଯାଇଛି । ସେଗୁଡ଼ିକ ହେଲା, ବେସବଲ, ସଫ୍ଟବଲ, ସ୍କ୍ୱାସ୍ ଓ ଫ୍ଲାଗ ଫୁଟବଲ । ଏହି ଖେଳକୁ ନେଇ ପୂର୍ବରୁ ହିଁ ସହମତି ପ୍ରକାଶ ପାଇଥିଲା । ଆଉ ଏହାର ଆନୁଷ୍ଠାନିକ ଘୋଷଣା ଅକ୍ଟୋବର ୧୬ ତାରିଖରେ କରାଯାଇଛି । କ୍ରିକେଟ ଟି-୨୦ ଫର୍ମାଟରେ ଖେଳାଯିବ ।