ଅଷ୍ଟ୍ରେଲିଆ ଓ ଚୀନର ସଂଘର୍ଷରେ ଫସିଗଲେ ୪୦ ଭାରତୀୟ ନାବିକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁ ୪୦ ଭାରତୀୟ ନାବିକ ଦଳ ୪ ମାସ ହେବ ସମୁଦ୍ରରେ ଫସି ରହିଛନ୍ତି। ଏହି ଜାହାଜ ଉତ୍ତରୀ ଚୀନ ସମୁଦ୍ରରେ ଅଗଷ୍ଟ ମାସରୁ ଫସି ରହିଥିବା ଜଣାପଡ଼ିଛି। ଏମାନେ ଅଷ୍ଟ୍ରେଲିଆରୁ ଜାହଜ ଯୋଗେ କୋଇଲା ଆଣି ଚୀନ ଯାଉଥିଲେ। ଚୀନର ପ୍ରତିବନ୍ଧକ ଯୋଗୁ ଜାହାଜ କମ୍ପାନୀ ନିଜ ନାବିକ ଦଳକୁ ପରିବର୍ତ୍ତନ କରିପାରୁ ନାହିଁ କି ସମୁଦ୍ରକୁ ଯିବାକୁ ପରାମର୍ଶ ଦେଇପାରୁ ନାହିଁ। ଏଥିସହିତ ଯଦି ଜାହାଜକୁ ଅନ୍ୟତ୍ର ନିଆଯାଏ ତା’ହେଲେ ଗିରଫ କରାଯିବ ବୋଲି ଚୀନ ଚେତାବନୀ ଦେଇଛି। ସେହିପରି ଚୀନ ସମୁଦ୍ରରେ ଫସି ରହିଥିବା ନାବିକ ସାହାଯ୍ୟ ପାଇଁ ମୋଦୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଙ୍କଟ ଯୋଗୁ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ସମସ୍ୟା ଦେଖାଦେଇଛି। ଗୋଟିଏ ପଟେ ସମଗ୍ର ବିଶ୍ୱରେ କରୋନା ବ୍ୟାପିବାକୁ ନେଇ ଆମେରିକା ଚୀନକୁ ଦାୟୀ କରଥିଲା। ଅନ୍ୟପଟେ ଆମେରିକାର ଏହି ଦାବିକୁ ଅଷ୍ଟ୍ରେଲିଆ ସମର୍ଥନ କରିଥିଲା। ସେଥିପାଇଁ ଏବେ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ଜାରି ରହିଥିବା ସଂଘର୍ଷ ଯୋଗୁ ଭାରତ ଫସିଯାଇଛି।