ପଶ୍ଚିମବଙ୍ଗରେ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଏଗରାର ଏକ ଅବୈଧ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି । ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ବିସ୍ଫୋରଣ ନେଇ ଏନଆଇଏ ଯାଞ୍ଚ କରିବାକୁ ବିଜେପି ରାଜ୍ୟ ଅଧ୍ୟକ୍ଷ ଦାବୀ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରାଯାଇ ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହାସତ୍ୱେ ବି ବାଣ ପ୍ରସ୍ତୁତ କରାଯାଉଥିଲା ।