ଭଦ୍ରକ,ଏନ୍ଏନ୍ଏସ୍: ଜବତ ହେଲା ଗୋରୁ ବୋଝେଇ ଗାଡି। ବୁଧବାର ବିଳମ୍ବିତ ରାତିରେ କୋଲକାତା ଅଭିମୁଖେ ଯାଉଥିବା ଗୋରୁଗାଡିକୁ ଜବତ କରାଯାଇଛି। ଏହା ପାଣିକୋଇଲିରୁ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୂଚନାନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟସ୍ଥ ଖଣ୍ଡିଆବଜାର ନିକଟରେ ଏମିତି ଘଟଣା ଘଟିଛି। ଏକ ଜାଇଲୋରେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିଲା। ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକ ବୋଲେରୋ ଦ୍ୱାରା ଏହାକୁ କଲିକତା ଅଭିମୁଖେ କିଛି ବେପାରୀ ଟାଣି ନେଉଥିଲେ। ଖଣ୍ଡିଆବଜାର ଅଞ୍ଚଳର ଲୋକେ ଉଭୟକୁ ଅଟକାଇଥିଲେ। ଏନେଇ ଗ୍ରାମାଞ୍ଚଳ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ୬ ଗୋରୁଙ୍କୁ ଉଦ୍ଧାର କରିଛି।