ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାସ୍ଥିତ ସେଣ୍ଟମେରୀ ହାଇୟର ସେକେଣ୍ଡରୀ ସ୍କୁଲ ବିରୋଧରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ କରୋନା ମହାମାରୀ ସମୟରେ ସରକାର ସମସ୍ତ ସ୍କୁଲ ବନ୍ଦ ଘୋଷଣା କରିଥିବାବେଳେ ଝାରସୁଗୁଡ଼ା କକ୍ସ କଲୋନୀସ୍ଥିତ ସେଣ୍ଟମେରୀ ହାଇୟର ସେକେଣ୍ଡରୀ ସ୍କୁଲ ସପ୍ତମ ଶେଣ୍ରୀର ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ସବମିଟ କରିବା ପାଇଁ ବିଦ୍ୟାଳୟକୁ ଡକାଇଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ। ଆଉ ସେଠାରେ ସାମାଜିକ ଦୂରତା ରକ୍ଷା ହୋଇପାରି ନଥିଲା। ଝାରସୁଗୁଡ଼ା ପୌରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ ବିଦ୍ୟାଳୟ କର୍ତୃପକ୍ଷ ସରକାରଙ୍କ ନିୟମ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଡକାଇଥିଲେ। ତେଣୁ ବିଦ୍ୟାଳୟ ପ୍ରିନ୍ସିପାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମାରୱାଡ଼ି ଯୁବ ମୋର୍ଚ୍ଚା ଝାରସୁଗୁଡ଼ାର ସଭାପତି ଝାରସୁଗୁଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।